ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ଶଙ୍କରାଚାର୍ଯ୍ୟ, କହିଲେ ଧାର୍ମିକ ଓ ଆଧ୍ୟାତ୍ମିକ ଭାବନାକୁ ପ୍ରଭାବିତ ନକରୁ ବିକାଶ କାର୍ଯ୍ୟ

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ବିକାଶ କାର୍ଯ୍ୟ ଯେଭଳି ଧାର୍ମିକ ଓ ଆଧ୍ୟାତ୍ମିକ ଭାବନାକୁ ପ୍ରଭାବିତ ନ କରେ ସେଥିପ୍ରତି ସମସ୍ତେ ନଜର ଦେବା ଆବଶ୍ୟକ ।

ଆଜି ସକଳା ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ସନ୍ଧ୍ୟାରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ କରିଥିଲେ ଆଲୋଚନା । ଏହାପରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ପ୍ରକଳ୍ପକୁ ନେଇ ବିବାଦ ସୃଷ୍ଟି ହେବା କଥା ନୁହଁ । ଆଲୋଚନା ମାଧ୍ୟମରେ ବିବାଦ ସମାଧାନ ହୋଇ ପାରିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.