ପୁରୀ ବେଳାଭୂମି ପାଇବ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା, କେନ୍ଦ୍ର ପରିବେଶ ବିଭାଗ କଲା ମନୋନୀତ
ପୁରୀ ବେଳାଭୂମି ପାଇବ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା। ଦେଶର ୧୧ଟି ପ୍ରମୁଖ ବେଳାଭୂମିକୁ ଏହି ମାନ୍ୟତା ଦେବା ପାଇଁ କେନ୍ଦ୍ର ପରିବେଶ ବିଭାଗ ମନୋନୀତ କରିଛି। ଏହାକୁ ତ୍ୱରାନ୍ଵିତ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ତରରେ ଆରମ୍ଭ କରିଛି ପ୍ରୟାସ। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଆରମ୍ଭ କରିଛନ୍ତି ମୋ ବିଚ୍ କାର୍ଯ୍ୟକ୍ରମ। ଏଥିପାଇଁ ସେ ବେଳାଭୂମି ସଫେଇ ପାଇଁ ସହରର ସ୍ୱେଚ୍ଛାସେବୀ ଓ ବିଭିନ୍ନ ଅନୁଷ୍ଠାନକୁ ନେଇ ନିଜସ୍ୱ ପ୍ରଚେଷ୍ଠାରେ କାମ ଆରମ୍ଭ କରିଛନ୍ତି। ଏହା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ମଧ୍ୟ ସଫେଇ କାର୍ଯ୍ୟ କରିଛନ୍ତି। ବେଳାଭୂମିରେ ପଡ଼ିଥିବା ଆବର୍ଜନା, ଫନିବାତ୍ୟାରେ ଉପୁଡ଼ି ପଡ଼ିଥିବା ଗଛର ଅଂଶ ଓ ବର୍ଜ୍ୟବସ୍ତୁ ସଫା କରିଥିଲେ। ଜିଲ୍ଲାପାଳଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି।