ପୁରୀ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ ସହ ଆଉ ୨ ଅଟକ

ପୁରୀ  (କେନ୍ୟୁଜ): ପୁରୀ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ ସହ ଆଉ ୨ ଅଟକ। ଏତଲାରେ ୩ ଜଣଙ୍କ ନାଁ ଥିଲା। ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି। ଚନ୍ଦନ ବାରିକ ନିକଟରୁ ଜବତ ବନ୍ଧୁକ କେଉଁଠୁ ଆସିଲା ସେନେଇ ତଦନ୍ତ ଚାଲିଛି।

ଏନେଇ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ଗତକାଲି ଶିବରାମ ବାଇକରେ ଘରୁ ଆସୁଥିବା ବେଳେ ଦୁର୍ବୃତ୍ତମାନେ ଏମାର ମଠ ନିକଟରେ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି କରି ଫେରାର ହୋଇଥିଲେ । ଘଟଣାସ୍ଥଳରେ ହିଁ ଶିବରାମ ଟଳି ପଡ଼ିଥିଲେ । ଖବର ପାଇ ସିଂହଦ୍ୱାର ଟାଉନ ଥାନା ପୋଲିସ ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.