କିଛି ସୂଚନା ଦେଉଛି କି ଜଗା? ସପ୍ତାହକ ମଧ୍ୟରେ ତିନି ତିନି ଥର ବିଭ୍ରାଟ, ଚିରିଲା ପତିତପାବନ

କରୋନା ଯୋଗୁ ମଣିଷ ତ ମଣିଷ ପୃଥିବୀକୁ ପାଳୁଥିବା ଦିଅଁଦେବତା ବି ବର୍ତ୍ତିପାରିନାହାନ୍ତି। ଅତି ତୀବ୍ର ବେଗରେ ବ୍ୟାପୁଥିବା କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ମନ୍ଦିର ବନ୍ଦ କରିଛନ୍ତି। ଏଣୁ ଓଡ଼ିଆଙ୍କ ମଉଡମଣି ପ୍ରଭୁ ଜଗନ୍ନାଥ ମଧ୍ୟ ଭକ୍ତଙ୍କୁ ଦର୍ଶନ ଦେବା ବନ୍ଦ କରିଦେଇଛନ୍ତି। ଗହଳି ଯୋଗୁ ରୋଗ ବ୍ୟାପିବା ସମ୍ଭାବନା ଥିବାରୁ ପ୍ରଶାସନ ଓ ସରକାରଙ୍କ ମିଳିତ ଉଦ୍ୟମରେ ଏବେ ଜଗା ଦର୍ଶନ ବନ୍ଦ ରହିଛି। କେବଳ ପୋଲିସ ଓ ସେବାୟତଙ୍କୁ ହିଁ ମନ୍ଦିର ଭିତରକୁ ପ୍ରବେଶ ନିୟମ ରହିଛି। ତେବେ ଏଭଳି ବିପଦ ଅବସ୍ଥାରେ ଶ୍ରୀମନ୍ଦିର ନୀଳଚକ୍ରରେ ଉଡୁଥିବା ପତିତପାବନ ବାନାରେ ସପ୍ତାହକ ମଧ୍ୟରେ ତିନି ତିନି ଥର ବ୍ୟତିକ୍ରମ ଦେଖିବାକୁ ମିଳିଛି।

patitapaban

ପ୍ରବେଶ କଟକଣାର ପ୍ରଥମ ଦିନ ବାନାରେ ହଠାତ ଗଣ୍ଠି ପଡ଼ିଯାଇଥିଲା। ଫଳରେ ବାନା ଉଡ଼ିପାରିନଥିଲା। ତା ପରଦିନ ଦୀପ ନିଆଁରେ ମାନସିକ ବାନା ଜଳିଯାଇଥିଲା। ଏହାକୁ ନେଇ ଚର୍ଚ୍ଚା ଥମି ନଥିଲା ବେଳେ ଏବେ ପୁଣିଥରେ ବାନା ଚିରିଯାଇଥିବା ନେଇ ସୂଚନା ମିଳିଛି। ଏନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା କହୁଛନ୍ତି। କିଏ ଏହାକୁ ଅଶୁଭ କହୁଥିବା ବେଳେ ଆଉ କିଏ ଦୁର୍ଘଟଣା କହିଛି।

ପତିତପାବନ ବାନା ସହ ହେଉଥିବା ଏହି ଘଟଣା ସମ୍ପର୍କରେ ଚୂନରା ସେବକ କହିଛନ୍ତି ଯେ ଏତେ ଉଚ୍ଚତାରେ ବାନା ଉଡୁଥିବାରୁ ଚିରିବା ସ୍ୱାଭାବିକ। ଏହାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରିବେ। ବିଶ୍ୱର କିଛି ଅମଙ୍ଗଳ ହେବନି ବୋଲି ସେ କହିଛନ୍ତି।

Leave A Reply

Your email address will not be published.