ଆଜି ଅପରାହ୍ନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

puriପୁରୀ: ଏବେ ଅଣସର ଘରେ ଶ୍ରୀଜିଉ ରହିଛନ୍ତି । ୧୦୮ ଗରା ସୁବାସିତ ଜଳରେ ଅତ୍ୟଧିକ ସ୍ନାନ କରିବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ। ଏଥିପାଇଁ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଅଣସର ଘରେ ଚାଲିଛି ଗୁପ୍ତସେବା। ମହାପ୍ରଭୁଙ୍କ ଅନବସର ୫ ଦିନରେ ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ। ଓଡ଼ିଆ ମଠ ପକ୍ଷରୁ ଏହି ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଛି। ଏହାକୁ ଲାଗି କରିବା ଦ୍ୱାରା ଶ୍ରୀଜିଉଙ୍କ ପୀଡ଼ା ହରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ପରଂପରା ଅନୁଯାୟୀ, ଆଜି ଅପରାହଣରେ ଫୁଲୁରୀ ତେଲ ଶ୍ରୀମନ୍ଦିରରେ ଜିମା ଦିଆଯିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ଲାଗି କରିବେ। ଓଡ଼ିଆ ମଠ ପକ୍ଷରୁ ରାଶି ତେଲରେ ବିଭିନ୍ନ ସୁଗନ୍ଧିତ ଫୁଲ, ବେଣାଚେର, ବାସ୍ନା ଚାଉଳ ପକାଇ ତେଲକୁ ପ୍ରସ୍ତୁତ କରାଯାଏ। ଏକ ବର୍ଷ ଧରି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ତେଲକୁ ମାଟିତଳେ ରଖାଯାଇଥାଏ। ଏହି ଫୁଲରୀ ତେଲ ଲାଗି ହେବା ଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ସାମାନ୍ୟ କମିଥାଏ ବୋଲି ବିଶ୍ୱାସ ରହିଛି।

Leave A Reply

Your email address will not be published.