ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି, ବରିଷ୍ଠ ଅଧିକାରୀଙ୍କ ସହ ପୁରୀ ଏସପିଙ୍କ ଆଲୋଚନା

ପୁରୀ ଏସପି ଆଜି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ। ୨୦ ଜଣ ଅତିରିକ୍ତ ଏସପି ର‍୍ୟାଙ୍କର ଅଧିକାରୀ, ୯୦ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ରହିବେ।

କେନ୍ୟୁଜ୍(ବ୍ୟୁରୋ): ଜୁନ୍‌ ୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ପୁରୀ ଏସପି ଆଜି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ। ୨୦ ଜଣ ଅତିରିକ୍ତ ଏସପି ର‍୍ୟାଙ୍କର ଅଧିକାରୀ, ୯୦ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ରହିବେ।

ସୁରକ୍ଷା ବ୍ୟବସ୍ଥାକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି। ମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏସପି କନୱର ବିଶାଲ ସିଂ। ସ୍ନାନଯାତ୍ରା ଦିନ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.