ଜଗନ୍ନାଥ ଦର୍ଶନ ପାଇଁ ପୁରୀ ବାସିନ୍ଦାଙ୍କୁ ଛାଡ଼, ବାହାର ଭକ୍ତଙ୍କୁ ମାନିବାକୁ ହେବ କଟକଣା

ପୁରୀ (କେ.ନ୍ୟୁଜ୍‌) : ଅଗଷ୍ଟ ୧୬ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ । କୋଭିଡ କଟକଣାରେ ୪ ମାସ ପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପ୍ରଥମ ୫ ଦିନ ପୁରୀବାସୀ ଓ ପରେ ଜିଲ୍ଲା ବାହାର ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ । ପୂର୍ବପରି ଚଳିତ ବର୍ଷ ମଧ୍ୟ ୱାର୍ଡ ୱାରୀ ଦର୍ଶନ ହେବ । ଏ ନେଇ ପୁରୀ ପୌରପାଳିକା ପକ୍ଷରୁ ୱାର୍ଡ ୱାରି ତାଲିକା ଓ ସମୟ ପ୍ରସ୍ତୁତି କରାଯାଉଛି ।
ତେବେ ପୁରୀ ସହରବାସୀଙ୍କ ପାଇଁ କୌଣସି କଟକଣା ରହିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଏସଓପି ପ୍ରସ୍ତୁତି ଚାଲିଛି । ଦିନେ ଦୁଇଦିନ ଭିତରେ ଏସଓପି ପ୍ରକାଶ ପାଇବ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ।

TEMPLE-2

ଜିଲ୍ଲା ତଥା ରାଜ୍ୟ ବାହାରର ଲୋକଙ୍କ ପାଇଁ ପୂର୍ବ ପରି କିଓସ୍କୋ କରାଯିବ । ଶ୍ରୀମନ୍ଦିରରେ ଦର୍ଶନ ପାଇଁ ରାଜ୍ୟ ବାହାର ଭକ୍ତଙ୍କ ନିମନ୍ତେ ୯୬ ଘଣ୍ଟା ପୂର୍ବର କୋଭିଡ ଆରଟିପିସିଆର ନେଗେଟିଭ ରିପୋର୍ଟ ଅଥବା କୋଭିଡ ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ଭକ୍ତଙ୍କ ପ୍ରବେଶ ପାଇଁ ସିଂହଦ୍ୱାର ନୋ ଏଣ୍ଟ୍ରି ଜୋନରେ ପୂର୍ବଭଳି ଲୁହା ସେଡ୍‌ ନିର୍ମାଣ ଚାଲିଛି । ଆସନ୍ତା ୮ ତାରିଖରୁ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.