କୁହୁଡ଼ି ଚାଦର ତଳେ ଶ୍ରୀମନ୍ଦିର ଓ କୋଣାର୍କ, ଦୃଶ୍ୟମାନ ହେଉନି ମୁଖ୍ୟ ମନ୍ଦିର ଓ ନୀଳଚକ୍ର

ପୁରୀ/ କୋଣାର୍କ: କୁହୁଡ଼ି ଚାଦର ତଳେ ଶ୍ରୀମନ୍ଦିର ଓ କୋଣାର୍କ । ଦୃଶ୍ୟମାନ ହେଉନି ମୁଖ୍ୟ ମନ୍ଦିର ଓ ନୀଳଚକ୍ର । ଘନ କୁହୁଡ଼ି ବଳୟରେ ଢାଙ୍କି ହୋଇ ରହିଛି ବ୍ଲାକ ପାଗୋଡ଼ା । ଫଳରେ ସୂର୍ଯ୍ୟମନ୍ଦିର ବୁଲିଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଓ କଳା ସସ୍କୃତି ଦେଖିବାରୁ ବଞ୍ଚିତ ହୋଇଛନ୍ତି । ପୁରୀ – କୋଣାର୍କ ଓ କୋଣାର୍କ – ଭୁବନେଶ୍ୱର ରାସ୍ତାରେ ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧା ପ୍ରାପ୍ତ ହୋଇଥିଲା ।

ତେବେ ରାଜଧାନୀ ଭୁବନେଶ୍ବରେ ଗତକାଲି ରାତିରେ ପ୍ରବଳ ବାଣ ଫୁଟିବା ଯୋଗୁ ଭୟଙ୍କର ଭାବେ ବାୟୁ ପ୍ରଦୂଷିତ ହୋଇଥିଲା । ରାତିରେ ବାୟୁମଣ୍ଡଳ ଧୂଆଁରେ ଭରି ଯାଇଥିଲା । ରାସ୍ତଘାଟ ଦେଖାଯାଉନଥିଲା । ଆଜି ମଧ୍ୟ ବାୟୁମଣ୍ଡଳକୁ ଧୂଳି ଓ ଧୂଆଁ ବିଷାକ୍ତ କରି ରଖିଛି । ତା ସହ ଘନ କୁହୁଡ଼ି । କେବଳ ଟ୍ବିନ୍ ସିଟି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

You might also like