କାଲିଠାରୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ଆଜି ଶ୍ରୀମନ୍ଦିର ସାନିଟାଇଜ ପାଇଁ ବନ୍ଦ ରହିବ

ପୁରୀ(କେନ୍ୟୁଜ୍):  ସୋମବାର ଠାରୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର । ଆଜି ରବିବାର ଥିବାରୁ ମନ୍ଦିର ସାନିଟାଇଜ ପାଇଁ ବନ୍ଦ ରହିବ । ମନ୍ଦିର ବନ୍ଦ ସମୟରେ ସହରବାସୀ ତଥା ଶ୍ରଦ୍ଧାଳୁ କେବଳ ପତିତପାବନଙ୍କୁ ଦର୍ଶନ କରିପାରିବେ। ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ଟୋକନ ବ୍ୟବସ୍ଥା କରାଯିବ।

ପୁରୀ ସହରରେ କୋଭିଡ ସଂକ୍ରମଣ ବୃଦ୍ଧି ସହ ଶ୍ରୀମନ୍ଦିରର ସେବାୟତ ଓ କିଛି ପ୍ରଶାସନ କର୍ମଚାରୀ ମାନେ କୋଭିଡ ଚିହ୍ନଟ ହୋଇଥିଲେ । ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ପ୍ରଭାବିତ ନହେବ ସେନେଇ ଶ୍ରୀମନ୍ଦିର ବନ୍ଦ ରଖିବାକୁ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା । ଗତକାଲି ଚଳିତ ମାସର ଶେଷ ଦର୍ଶନ ଥିବାରୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.