ପୁରୀ: ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର, ଏହିସବୁ କଟକଣାରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବେ ଭକ୍ତ

ପୁରୀ(କେନ୍ୟୁଜ୍):  ଦୀର୍ଘ ଦିନ ପରେ ରତ୍ନ ସିଂହାସନରୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଆସନ୍ତା ୧୬ ତାରିଖରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ପ୍ରଥମେ ପୁରୀ ବାସୀଙ୍କୁ ଦର୍ଶନର ସୁଯୋଗ ମିଳିବ । ପ୍ରଥମ ୫ ଦିନ ଦର୍ଶନର ସୁଯୋଗ ପାଇବେ । ୨୩ରୁ ସର୍ବସାଧାରଣ ଦର୍ଶନର ସୁଯୋଗ ମିଳିବ । ଶ୍ରଦ୍ଧାଳୁଙ୍କ ପାଇଁ ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ନେଗେଟିଭ ରିପୋର୍ଟ କିମ୍ବା ୨ ଡୋଜ ଟିକା ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ ।

ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ । ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।  ଶ୍ରୀମନ୍ଦିର ଖୋଲିବା ଓ ଶ୍ରଦ୍ଧାଳୁ ଏବଂ ସେବାୟତଙ୍କ ପାଇଁ ଏସଓପି ସମ୍ପର୍କରେ ସମ୍ପର୍କରେ ଆଲୋଚନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.