ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ ଆଇନ୍ ମନ୍ତ୍ରୀ ପୃଥୀରାଜ ଅରିଚନ୍ଦନ କହିଛନ୍ତି ଯେ, ଜୁଲାଇ ୮ରେ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯିବନି । ଶ୍ରୀ ହରିଚନ୍ଦନ ଆହୁରୀ କହିଛନ୍ତି ଯେ, ଛତିଶା ନିଯୋଗ ବୈଠକରେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏବଂ ସରକାର ମଧ୍ୟ ଏବାବଦରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଆଇନ୍ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜଣେ ଏଏସ୍ଆଇ ଅଧିକାୀ ଏକ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ତେଣୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପ୍ରକାଶ ଥାଉକି, ଆଜି ସକାଳେ ଜୁଲାଇ ୮ରେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ଖବର ପ୍ରସାରିତ ହୋଇଥିଲା ।