ରାଜ୍ୟ

ବଢ଼ିଲା ପୁରୀ ସ୍ୱର୍ଗଦ୍ୱାର ହରିଶ୍ଚନ୍ଦ୍ର ସହାୟତା ରାଶି, ଜାଣନ୍ତୁ କଣ କଣ ସବୁ ଲାଭ ପାଇବେ ଆପଣ

ପୁରୀ (କେନ୍ୟୁଜ) : ସ୍ବର୍ଗଦ୍ବାରରେ ଆଉ ବୋହିବାକୁ ପଡିବନି କାଠ । ବଢ଼ିଲା ପୁରୀ ସ୍ବର୍ଗଦ୍ବାର ହରିଶ୍ଚନ୍ଦ୍ର ସହାୟତା ରାଶି । ମୋବାଇଲକୁ ଆସିବ ରେଜିଷ୍ଟ୍ରେସନ୍ ନମ୍ବର ଏସଏମଏସ୍ । ଖୁବଶୀଘ୍ର ଲଞ୍ଚ୍ ହେବ ସ୍ବର୍ଗଦ୍ବାର ଆପ୍ ଓ ୱେବସାଇଟ୍ । ବିମା ଅର୍ନ୍ତଭୁକ୍ତ ହେବେ ସଂସାର ସେବକ, ମିଳିବ ମୃତ୍ୟୁକାଳୀନ ଓ ବିବାହ ସହାୟତା ରାଶି । ରାଜ୍ୟବାସୀଙ୍କୁ ଖୁସିଖବର ଦେଇଛନ୍ତି ନବୀନ ସରକାର । ସରକାରଙ୍କ ତରଫରୁ ମିଳୁଥିବା ହରିଶ୍ଚନ୍ଦ୍ର ଯୋଜନା ରାଶିକୁ ବୃଦ୍ଧି କରାଯାଇଛି ।

ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ତିମ ସଂସ୍କାର ପାଇଁ ଆଣୁଥିବା ଲୋକମାନଙ୍କୁ ସହଜରେ ସେବା ଯୋଗାଇଦେବା ଲକ୍ଷ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ପକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ବାବଦରେ ଲୋକଙ୍କୁ ୩ ହଜାର ଟଙ୍କା ମିଳୁଥିଲା । ମାତ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ଏହି ରାଶି ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଜୁଲାଇ ମାସ ୩୧ ତାରିଖ ମଧ୍ୟରାତ୍ରରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ପାଉଥିବା ଲୋକମାନେ ଅନ୍ତିମ ସଂସ୍କାର ପାଇଁ ଦେଢ଼ କୁଇଣ୍ଟାଲ କାଠ ପାଉଥିଲେ । ମାତ୍ର ଏବେ ତାହାକୁ ଏକ କୁଇଣ୍ଟାଲ ୮୦ କେଜି କରାଯାଇଛି । ଏଥିସହିତ ଘିଅର ପରିମାଣକୁ ୨୦୦ ଗ୍ରାମରୁ ୩୦୦ ଗ୍ରାମକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଶବ ସଂସ୍କାର କରିବାକୁ କାଠ ବୋହିବା ପାଇଁ କେବଳ ଟ୍ରଲିର ବ୍ୟବସ୍ଥା ଥିବାବେଳେ ଏବେ କାଠ ବୋହିବା ପାଇଁ ୭ ଜଣ ପରିବହନ ସେବକଙ୍କୁ ମୁତୟନ କରାଯାଇଛି ।

ଏଥିସହିତ ଶବ ସଂସ୍କାର କରୁଥିବା ସେବକମାନଙ୍କୁ ବୀମାଭୁକ୍ତ କରାଯିବା ସହିତ ସେମାନଙ୍କୁ ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯିବା ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟ ଜାରି ରହିବା ସହ ବ୍ୟବସ୍ଥାରେ ସୁଧାର ନେଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଛି । ଏଥିସହ ସ୍ୱର୍ଗଦ୍ୱାର ସେବା କେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏସଏମଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଯଦି କେହି ତାଙ୍କର ରସିଦ ହଜାଇଦେବେ, ତେବେ ସେମାନେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ସହଜରେ ଡୁପ୍ଲିକେଟ ରସିଦ ପାଇପାରିବେ ।

 

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago