୧୬ରୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲିବ,ସର୍ବନିମ୍ନ ୧୦ ଜଣ ସମ୍ପର୍କୀୟ ଉପସ୍ଥିତ ରହିବାକୁ ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ୧୬ରୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲିବ। ସର୍ବନିମ୍ନ ୧୦ ଜଣ ସମ୍ପର୍କୀୟ ଉପସ୍ଥିତ ରହିବାକୁ ଅନୁମତି । କରୋନା ମହାମାରୀ ପାଇଁ ପୁରୀର ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ପାଇଁ ଥିବା କଟକଣାକୁ ହଟାଇ ଦିଆଯାଇଛି। କଟକଣା ଯୋଗୁଁ ଅନେକ ଶବ ସ୍ୱର୍ଗଦ୍ୱାର ଆସି ଫେରିଯାଉଥିଲ।

ଜିଲ୍ଲାରେ କୋଭିଡ ସଂକ୍ରମଣ ସ୍ଥିତି ହ୍ରାସ ପାଇବ ପରେ ଏହି ନିଷ୍ପତ୍ତି ନିଆଯାଇଛି। ମୃତକଙ୍କ କୋଭିଡ ନେଗେଟିଭ୍‌ ରିପୋର୍ଟ ଦେଖାଇ ଶବଦାହ କରାଯିବା ନେଇ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ମହୋଦଧିରେ ମଧ୍ୟ ମୃତକଙ୍କ ଅସ୍ଥି ବିସର୍ଜନ କରିପାରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ନୂଆ ଏସଓପି ଆସିଛି। ଉପଜିଲ୍ଲାପାଳ ଭବତାରଣ ସାହୁ ଏ ନେଇ ସୂଚନା ଦେଇଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.