ପୁରୀ(କେନ୍ୟୁଜ୍) : ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ଯାଳୟରେ ବୈଠକ ବସିବ। ଏଥିରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଆଦେଶର ପାଳନ ନେଇ ଆଲୋଚନା ହେବ। ଏହାସହ ପୁରୀ ହିଂସାକାଣ୍ଡ ସମୟରେ ଶ୍ରୀମନ୍ଦିର କାର୍ଯ୍ଯଳୟର କ୍ଷୟକ୍ଷତି ପୁନଃନିର୍ମାଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। କାର୍ତ୍ତିକ ମାସର ନୀତି ଓ ହବିଷ୍ୟାଳୀଙ୍କୁ ଅବଢା ପ୍ରଦାନ ସମ୍ପର୍କରେ ମଧ୍ୟ ସମୀକ୍ଷା ହେବ। ପରେ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ସଂକ୍ରାନ୍ତରେ ଗୃହୀତ ପଦକ୍ଷେପ ସମ୍ପର୍କରେ କମିଟି ସଦସ୍ୟଙ୍କୁ ଅବଗତ କରାଯିବ। ବୈଠକରେ ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସ୍ପି, ପରିଚାଳନା କମିଟି ସଦସ୍ୟ ଓ ସେବାୟତ ପ୍ରତିନିଧି ଯୋଗ ଦେବେ।