ଖୋଲିବ ଶ୍ରୀମନ୍ଦିର ! ଆଜି ଛତିଶା ନିଯୋଗ ବୈଠକରେ ନିଆଯିବ ନିଷ୍ପତ୍ତି

ପୁରୀ(କେନ୍ଯୁଜ୍): ଖୋଲିବ ଶ୍ରୀମନ୍ଦିର। କୋଭିଡ୍‌ ସଂକ୍ରମଣ ଆଶଙ୍କାରେ ବନ୍ଦ ଥିବା ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଜି ନିଷ୍ପତ୍ତି ନିଆଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସି ଆଲୋଚନା କରାଯିବ।

ଅପରାହ୍ନ ୪ଟା ୩୦ରେ ଭର୍ଚୁଆଲରେ ବୈଠକ ବସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ। କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା।