ଶ୍ରୀଜୀଉଙ୍କ ଦର୍ଶନବେଳେ ଯୁବତୀଙ୍କୁ ଅସଦାଚାରଣ ଅଭିଯୋଗ : ସେବାୟତ ଗିରଫ

ପୁରୀ : ପୁଣି ବିବାଦରେ ଶ୍ରୀମନ୍ଦିର । ଶ୍ରୀଜୀଉଙ୍କ ଦର୍ଶନବେଳେ ଜଣେ ଯୁବତୀଙ୍କୁ ଜଣେ ସେବାୟତଙ୍କ ଅସଦାଚରଣ ଅଭିଯୋଗ ।ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସେବାୟତ ସନ୍ତୋଷ କାରଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ବ୍ରହ୍ମପୁରର ଜଣେ ଯୁବତୀ ପରିବାର ସହ ନାଟମଣ୍ଡପରୁ ଶ୍ରୀଜୀଉଙ୍କୁ ଦର୍ଶନ କରୁଥିବାବେଳେ ଦାଣ୍ଡିମାଳ ସାହିର ସେବାୟତ ସନ୍ତୋଷ କର ପ୍ରଥମେ ଛୁଇଁ ଥିଲେ । ତେବେ ଭିଡ ଭିତରେ ଏଭଳି ହୋଇଥିବ ଭାବି ଯୁବତୀ ଜଣକ ପ୍ରଥମ ଥର ଚୁପ ରହିଥିଲେ । କିନ୍ତୁ କିଛି ସମୟ ପରେ ସେବାୟତ ଜଣକ ପୁଣି ଥରେ ଛୁଇଁବାକୁ ଉଦ୍ୟମ କରିବା ବେଳେ ଯୁବତୀ ଜଣକ ଚିତ୍କାର କରିଥିଲେ । ଘଟଣା ପରେ ନିକଟରେ ଥିବା ଭକ୍ତ ଓ ପୋଲିସ ସମ୍ପୃକ୍ତ ସେବାୟତକୁ କାବୁ କରିଥିଲେ । ଏହାପରେ ଯୁବତୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

ବିଭିନ୍ନ ସମୟରେ ସେବାୟତଙ୍କ କାର୍ଯ୍ୟକଳାପ ଯୋଗୁ ବିଶ୍ୱ  ଦରବାରରେ ବଦନାମ ହେଉଛି ପୁରୀ । କେତେ ବେଳେ ପର୍ଯ୍ୟଟକଙ୍କୁ ମାଡ ମାରିବା ଘଟଣା ତ ଆଉ କେତେ ବେଳେ ଲୁଟ୍ । ଏହାପୂର୍ବରୁ ମହାରାଷ୍ଟ୍ରର ଜଣେ ଦମ୍ପତ୍ତିକୁ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିଲେ ସେବାୟତ । ସେହିପରି ଜଣେ ପୋଲିସକୁ ମାଡ ମାରି ବିବାଦ ଘେରକୁ ଆସିଥିଲେ ପୁରୀର ଜଣେ ସେବାୟତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.