କଡ଼ା ସୁରକ୍ଷାରେ ଶ୍ରୀମନ୍ଦିର, ପାରାଦୀପରେ ହାଇ ଆଲର୍ଟ

ପୁରୀ/ପାରାଦୀପ : କଡ଼ା ସୁରକ୍ଷାରେ ଶ୍ରୀମନ୍ଦିର। ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ଉଭୟ ପାର୍ଶ୍ବରେ ପାଟ୍ରୋଲିଂ ବଢାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ବିଭିନ୍ନ ହୋଟେଲ ଓ ଲଜରେ ଚେକିଂ କରାଯାଉଛି। ଗତକାଲି ରାତି ରେ ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ଜୋରଦାର ଚେକିଂ ବ୍ଲକିଂ କରାଯାଇଥିଲା l ଆତଙ୍କି ଆକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି l ପୁରୀ ରେ ଥିବା ବିଭିନ୍ନ ହୋଟେଲ ଗୁଡିକୁ ଚେକିଂ କରାଯାଇଛି  l ସେହିପରି ଶ୍ରୀ ମନ୍ଦିର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷା ଲାଗି ମୁତୟନ ଅଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବାହିନୀ l

ପାରାଦୀପରେ ହାଇ ଆଲର୍ଟ। ବଢ଼ିଲା ପାରାଦୀପ ବନ୍ଦର ସୁରକ୍ଷା। ଉତ୍ତେଜନାକୁ ଦୃଷ୍ଟିରେ ରଖି ବଢ଼ିଲା ବନ୍ଦର ସୁରକ୍ଷା। କଳିଙ୍ଗ ଟିଭିକୁ ସୂଚନା ଦେଲେ ପାରାଦ୍ବୀପ ପୋର୍ଟ ଅଧ୍ୟକ୍ଷ। ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି। ସୁରକ୍ଷା ସ୍ତର ବୃଦ୍ଧି ସହ ସବୁ ଜାହାଜ ଉପରେ ନଜର ରଖାଯାଇଛି। ସୁରକ୍ଷା କର୍ମୀ ସଂଖ୍ୟା ବୃଦ୍ଧି କରାଯିବା ସହ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।