ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଗୁରୁକୁଳ ପାଇଁ ସୋସାଇଟି ଗଠନକୁ ଅନୁମୋଦନ

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକରେ ଗୁରୁକୂଳ ପାଇଁ ହୋଇଥିବା ସବ କମିି ବୈଠକରେ ନିଷ୍ପତ୍ତି ଉପରେ ବାଜିଲା ମୋହର । ଗୁରୁକୂଳ ପାଇଁ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରହିଛି । ସେହିପରି ଗରିବ ସେବାୟତଙ୍କ ପାଇଁ ମାଟି ମଣ୍ଡପ ସାହିରେ ୨.୮୧ ଓ ହରଚଣ୍ଡୀ ସାହି ମୌଜାରେ ୩.୧୮ ଜମି ଚିହ୍ନଟ ହୋଇଛି । ଏହି ଜମି ଶ୍ରୀମନ୍ଦିର ଅଧିନକୁ ଆସିବା ପରେ ଓବିସିସିକୁ ଡିଜାଇନ୍‌ ପ୍ରସ୍ତୁତ ପାଇଁ କୁହାଯିବ ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନ୍ତର୍ଗତ ଯାତ୍ରୀ ପରିକ୍ରମା ପ୍ରକଳ୍ପ ବାବଦରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପ କାମ ପୂର୍ବଭଳି ଚାଲୁ ରହିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସଆଇ ସହ ମିଶି କାମ ଜାରି ରହିବ । ପୂର୍ବରୁ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାଂସ୍କୃତିକ ଉପଦେଷ୍ଟା କମିଟିର ନିଷ୍ପତ୍ତିକୁ ବି ଅନୁମୋଦନ ମିଳିଛି । ଏଏସଆଇ ଡିଜିଙ୍କ ନିର୍ଦ୍ଦେଶ ପରେ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ଶହେ ମିଟର ପରିଧି ବାହାରେ କରିବାକୁ ହୋଇଛି ନିଷ୍ପତ୍ତି । ତେବେ କେଉଁ ସ୍ଥାନରେ କରାଯିବ ସ୍ପଷ୍ଟ ହୋଇନି । ସେହିପରି ଆଉଡୋର ଆସେସମେଣ୍ଟ ରୋଡ୍‌ ପାଇଁ ଆବଶ୍ୟକ ହେଲେ ଅଧିକ ଜମି ଅଧିଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.