ପୁରୀ: ଶ୍ରୀମନ୍ଦିରରେ ଝଲସୁଛି ୩ଟି ରୂପା ଦ୍ୱାର

ପୁରୀ (କେନ୍ଯୁଜ୍): ଶ୍ରୀମନ୍ଦିରରେ ଝଲସୁଛି ୩ଟି ରୂପା ଦ୍ୱାର । ବେହରଣ ଦ୍ୱାର, ଜୟ ବିଜୟ ଦ୍ୱାର ଓ ପଶ୍ଚିମ ଭୋଗମଣ୍ଡପ ଦ୍ୱାରର ସରିଛି ରୂପା ଛାଉଣୀ । ଅନ୍ୟ ୩ଟି ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଆଦି ନୃସିଂହ ମନ୍ଦିର ପାଇଁ ଆବଶ୍ୟକ ରୂପା ପହଞ୍ଚି ସାରିଛି । କଳାହାଟ ଦ୍ୱାରର ରୂପା ଭଣ୍ଡାର ଘରେ ମହଜୁଦ ରଖାଯାଇଛି । ଆଗାମୀ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ରୂପା ଛାଉଣୀ କରାଯିବ ।

ଅନ୍ୟପଟେ ଆସନ୍ତା ୨୬ତାରିଖରେ ବସିବ ନୂତନ ପରିଚାଳନା କମିଟି ବୈଠକ । ବୈଠକରେ ଐତିହ୍ୟ କରିଡର ନିର୍ମାଣ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.