ଦୁର୍ଗାପୂଜା ଭସାଣି ଭିଡରେ ଲୁଟଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍, ୯ ଜଣଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ

କଟକ(କେନ୍ୟୁଜ୍): ଦୁର୍ଗାପୂଜା ଭସାଣି ଭିଡରେ ଲୁଟ। ଏକ ଗ୍ୟାଙ୍ଗର ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ଭିତରେ ଦୁଇ ମହିଳା ଅଛନ୍ତି। ଗଣେଶଘାଟ ନିକଟରେ ଜଣେ ବାଇକ ଆରୋହୀଙ୍କୁ ଅଟକାଇ ଫୋନ ଓ ୫ ହଜାର ଟଙ୍କା ଲୁଟ  କରିଥିଲା।

ସେମାନଙ୍କ ଠାରୁ ୬ ଟି ମୋବାଇଲ ଫୋନ ଓ ନଗଦ ୨୪୭୦ ଟଙ୍କା ଜବତ। ଏହି ଗ୍ୟାଙ୍ଗର କୌଣସି ନିର୍ଦ୍ଦିଷ୍ଟ ଠିକଣା ନାହିଁ। ଜଗତପୁର ଓ କଟକ ରେଳ ଷ୍ଟେସନ ଅଞ୍ଚଳରେ ରହୁଛି ଏହି ଗ୍ୟାଙ୍ଗ। କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.