ମାନବିକତା ଦେଖାଇଲେ ପୁରୁଷୋତ୍ତମପୁର ତହସିଲଦାର, ମୃତଦେହକୁ କାନ୍ଧେଇ ନେଇ ଶ୍ମଶାନରେ କଲେ ଶବଦାହ

ବ୍ରହ୍ମପୁର(କେନ୍ଯୁଜ୍): ମାନବିକତା ଦେଖାଇଲେ ପୁରୁଷୋତ୍ତମପୁର ତହସିଲଦାର ନିତିଶ ତ୍ରୀପାଠୀ । ମୃତଦେହକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବଦାହ କରି ସାଉଁଟିଲେ ପ୍ରଶଂସା । ପୁରୁଷୋତ୍ତମପୁର ବ୍ଲକ୍‌ ଶିକୁଳା ଗାଁର ଶିବରାମ ନାୟକ ଦୁଇଟି କିଡନୀ ହରାଇ ରୋଗ ଶଯ୍ୟାରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । କିଛିଦିନ ନିଜେ ତହସିଲଦାର ଶିବରାମଙ୍କ ଘରକୁ ଯାଇ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ତେବେ ଶିବରାମଙ୍କ ମୃତ୍ୟୁ ଖବରପାଇ ଗ୍ରାମବାସୀଙ୍କ ସହ ମିଶି ଶବକୁ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ । ଏବଂ ଶବ ସତ୍କାର କରିବାର ସମସ୍ତ କାର୍ଯ୍ୟ ନିଜେ ଉପସ୍ଥିତ ରହି ସମ୍ପାଦନ କରିବା ସହ ନିଜସ୍ୱ ପାଣ୍ଠିରୁ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.