ଆଜି ଶ୍ରୀନଅରରେ ପାଳିତ ହେବ ପୁଷ୍ୟାଭିଷେକ ନୀତି, ଗଜପତି ମହାରାଜାଙ୍କ ହେବ ରାଜାଭିଷେକ

ପୁରୀ: ଆଜି ଗଜପତି ମହାରାଜାଙ୍କ ରାଜାଭିଷେକ ନୀତି । ଶ୍ରୀନହର ପରିସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜ ଅଭିଷେକ ନୀତି ଅନୁଷ୍ଠିତ ହେବ । ପରମ୍ପରା ଅନୁସରରେ ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହରଣ କରିବେ । ଗଜପତିଙ୍କ ପୁଷ୍ୟାଭିଷେକ ନୀତି ପାଇଁ ଶ୍ରୀନହରରେ ବିଶେଷ ନୀତି କରାଯିବ । କୁହାଯାଏ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟାରେ ରାଜଗାଦି ଆରୋହଣ କରିଥିଲେ । ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜଙ୍କ ରାଜାଭିଷେକ କରାଯାଇଥାଏ  ।

ଅଭିଷେକ ନୀତି ପୂର୍ବରୁ ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଓ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହେବ । ରାଜଗୁରୁ, ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦକ କରିବେ। ପରେ ଗଜପତି ଓ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯିବ । ପରେ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯିବାର ବିଧି ରହିଛି । ସେହିପରି ଗଜପତି ମହାରାଜା ପାରମ୍ପାରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ପ୍ରଦାନ କରିବେ ।

You might also like