ସାପ ମୁହଁରେ ସେଲୋ ଟେପ୍‌ ମାରିଲା କିଏ ?

ବାରିପଦା (କେନ୍ୟୁଜ୍) : ସାପ ମୁହଁରେ ସେଲୋ ଟେପ୍‌ । ଆଁ କରିପାରୁନି ଅଜଗର । ପଶୁ ପକ୍ଷୀଙ୍କୁ ଗିଳି ଦେଉଥିବା ଏହି ମହାବଳି ସାପର ମୁହଁରେ କେହି ସେଲୋଟେପ୍‌ ଗୁଡ଼ାଇ ଛାଡି ଦେଇଥିଲା । ଏହା ମଧ୍ୟ ଚୋରା ଚାଲାଣକାରୀଙ୍କ କାମ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଏମିତି ଅବସ୍ଥାରେ ମୟୂରଭଞ୍ଜ ଜିଲ୍ଲା ବାଂଶଦା ଗାଁର ସୁବର୍ଣ୍ଣରେଖା କେନାଲ ଆଡିରୁ ସାପଟିକୁ ଉଦ୍ଧାର କରାଯାଇଛି । ଗାଁ ଲୋକେ ଅଜଗରକୁ ଦେଖି ବାଙ୍ଗିରିପୋଷି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ନପହଞ୍ଚିବାରୁ ଗାଁ ଲୋକ ନିଜେ ସାପକୁ ନେଇ ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ସାପର ଲମ୍ବର ପ୍ରାୟ ୮ ଫୁଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.