ଅଜଗର ସାପ ଅଣ୍ଡାରୁ ଫୁଟିଲା ଛୁଆ, ଗଡ ନିଆଳି ଗାଁରୁ ଗତ ମାସରେ କରାଯାଇଥିଲା ଉଦ୍ଧାର

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ମଲିପୁର ପଂଚାୟତ ଗଡନିଆଳି ଗାଁରୁ ଉଦ୍ଧାର ହୋଇଥିବା ଅଜଗର ଅଣ୍ଡାରୁ ଏବେ ଛୁଆ ଫୁଟିବା ଆରମ୍ଭ ହୋଇଛି । କେତେକ ଅଣ୍ଡାରୁ ଛୁଆ ବାହାରିଥିବା ବେଳେ ଆଉକେତେକ ଅଣ୍ଡାରୁ ଛୁଆ ଫୁଟିବା ବାକି ରହିଛି । ଗତ ମେ ମାସରେ ଗାଁ ନିକଟ ଜଙ୍ଗଲ ଭିତରେ ଏକ ଗାତରେ ବିରାଟ ଅଜଗର ଦେଖିବାକୁ ମିଳିଥିଲା ।

ଏନେଇ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଜଣାଇଥିଲେ ଗ୍ରାମବାସୀ । ପରେ ଉଭୟ ବନ ବିଭାଗ ଓ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ପହଂଚି ସାପଟି ଅଣ୍ଡା ଦେଇଥିବା ଜାଣି ପାରିଥିଲେ । ସାପଟି ସେହିଠାରେ ରହି ଅଣ୍ଡାରୁ ଛୁଆ ଫୁଟାଇବା ଯାଏଁ ତାକୁ ଗ୍ରାମବାସୀ ସୁରକ୍ଷା ଦେବେ ବୋଲି ନିଷ୍ପତି ନେଇଥିଲେ । କିନ୍ତୁ ବର୍ଷାଦିନ ଆସିବାରୁ ଅଣ୍ଡା ଗୁଡିକର ସୁରକ୍ଷା ଜରୁରୀ ହୋଇପଡିଲା । ଆଉ ଅଣ୍ଡାଗୁଡିକୁ ଖୋର୍ଦ୍ଧା ହଳଦିଆ ରେଞ୍ଜରେ ଆଣି ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.