ଛେଳି ଗୋଠରୁ ଛେଳି ଗିଳି ଦେଲା ଅଜଗର

ବ୍ରହ୍ମପୁର : ଛେଳି ଗିଳି ଦେଲା ଅଜଗର । ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ୟାମସୁନ୍ଦରପୁର ଗ୍ରାମ ନିକଟରେ ଛେଳି ଚାଷୀ ଆରତ ଦାସ ଛେଳି ଚରାଇବାକୁ ଗାଁ ନିକଟରେ ଛେଳି ଗୋଠ ଛାଡିଥିବା ବେଳେ ଛେଳି ଗୋଠରୁ ଗୋଟିଏ ଛେଳିକୁ ଅଜଗର ଗିଳି ଦେଇଥିଲା । ଆରତ ଛେଳି ଆଣିବାକୁ ଗଲା ବେଳକୁ ଛେଳି ଗୋଠରେ ଗୋଟିଏ ଛେଳି ମିଳିନଥିଲା । ଛେଳି କି ଖୋଜିବା ସମୟରେ ଦେଖିଥିଲେ ଏକ ଅଜଗର ଛେଳିଟିକୁ ଗିଳି ଦେଇଛି । ଏହା ଜାଣିବା ପରେ ସାପ ଦେଖିବାକୁ ଗାଁ ଲୋକ ଭିଡ ଜମାଇଛନ୍ତି ।
ଘଟଣା ସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବପ୍ନ ଆଲୋକ ମିଶ୍ର ପହଞ୍ଚି ଅଜଗର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ପାଇଁ ନେଇଛନ୍ତି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବପ୍ନ ଆଲୋକ ମିଶ୍ର କହିଛନ୍ତି ଅଜଗର ଟି ୭ଫୁଟ ର ହୋଇଥିବା ବେଳେ ପ୍ରାୟ ୫୦ କିଲୋ ଓଜନ ରହିଛି । ତେବେ ଛେଳି ଚାଷୀ ଆରତ କହିଛନ୍ତି ଆଗରୁ ଅଜଗର ଆରତଙ୍କ ଦୁଇଟି ଛେଳି ଖାଇଥିବା ବେଳେ ଆଜି ପୁଣି ଗୋଟେ ଛେଳିକୁ ଖାଇଛି ।