କେନ୍ଦୁଝର: ଥଣ୍ଡା ଜ୍ବରରେ ପୀଡିତ ଥିବା ରୋଗୀକୁ ଭଲ କରିବା ପାଇଁ କରୁଥିଲେ ଚେଙ୍କ ଚିକିତ୍ସା, ପରେ ଚାଲିଗଲା ଜୀବନ

ବାଂଶପାଳ(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅଧୀନରେ ଥିବା ସ୍ଥାନୀୟ ଅଧିବାସୀ ମାନଙ୍କ ମଧ୍ୟରୁ ଅନେକ ଆଦିବାସୀ  ଜୁଆଙ୍ଗ ସମ୍ପ୍ରଦାୟର । ସୂଚନା ଅନୁଯାୟୀ ବାଂଶପାଳ ବ୍ଲକ ଅନର୍ଗତ ବାୟାକୁମୁଟିଆ ପଞ୍ଚାୟତ ଅଧିନସ୍ଥ ପଣ୍ଡାଧାର ଗ୍ରାମର ଶ୍ରୀକାନ୍ତ ଜୁଆଙ୍ଗ କିଛିଦିନ ହେବ ଥଣ୍ଡା ଜ୍ଵରରେ ପୀଡିତ ଥିଲେ ।

ଜ୍ୱର ନକମିବାରୁ ପ୍ରଥମେ ତାଙ୍କୁ ବାଂଶପାଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଡାକ୍ତରଖାନାରୁ ପଳାଇ ଆସି ନିଜ ଗ୍ରାମର ଦାଶ ଜୁଆଙ୍ଗ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଚେଙ୍କ ଚିକିତ୍ସା କରାଇଥିଲେ ।  ତେବେ ଚେଙ୍କ ନେବା ପରେ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ପରେ ପୁଣି ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାକୁ ମନସ୍ତ କରିଥିବା ବେଳେ ସେହି ସମୟରେ ଶ୍ରୀକାନ୍ତ ଜୁଆଙ୍ଗଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଅସାବଧାନତା ଏବଂ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏମିତି ଅନେକ ଲୋକଙ୍କ ଜୀବନ ଅବେଳରେ ଚାଲିଯାଉଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ଏମିତି ଅଘଟଣ ଘଟୁଥିବା ସ୍ପଷ୍ଟ ବାରିହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.