ପୁରୀ : ତିରୁପତି ମନ୍ଦିର ଲଡୁ ବିବାଦ ପରେ ପୁରୀ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ କେଉଁ ପ୍ରକାର ଘିଅ ବ୍ୟବହୃତ ହେଉଛି ତାର ମାନ ଯାଞ୍ଚ ହେବ । ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟ ଭୋଗରେ ଘିଅ ବ୍ୟବହାର ହୁଏ ।
ତେବେ ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନାହିଁ । ଖୁବଶୀଘ୍ର ଏହାର ମାନ ଯାଞ୍ଚ ହେବ । ଓମଫେଡ ସହିତ ମଧ୍ୟ ଆଲୋଚନା କରାଯିବ । ମାନ ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ । ଯଦି ନିମ୍ନମାନର ଘିଅ ବ୍ୟବହୃତ ହେଉଥିବା ଜଣାପଡ଼େ ତେବେ ବ୍ୟବହାରକାରୀଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଶ୍ରୀ ମନ୍ଦିରର ଏକ ଗୋଶାଳା ଆବଶ୍ୟକ ରହିଛି । ଏ ନେଇ ପ୍ରଶାସନକୁ ଅବଗତ କରାଯାଇଛି । ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚର ଆବଶ୍ୟକତା ନାହିଁ । ଘିଅର ମାନ ଠିକ ଅଛି ବୋଲି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି ।