ଶ୍ରୀମନ୍ଦିରରେ ଯାଞ୍ଚ ହେବ ବ୍ୟବହୃତ ଘିଅର ମାନ, ନିମ୍ନମାନର ଘିଅ ବ୍ୟବହୃତ ହେଉଥିଲେ କାର୍ଯ୍ୟାନୁଷ୍ଠାନ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ତିରୁପତି ମନ୍ଦିରରେ ପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ଘିଅ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାପରେ, ଶ୍ରୀ ମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ନେଇ ଦାବି ଉଠିଛି ।  ଘିଅର ମାନ ଯାଞ୍ଚ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନୟନପ୍ରଶାସକ ।  ଏହାସହ ଶ୍ରୀମନ୍ଦିରର ଏକ ଗୋଶାଳା ଆବଶ୍ୟକ ରହିଛି ।  ଏ ନେଇ ପ୍ରଶାସନକୁ ଅବଗତ କରାଯାଇଛି ।  ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇଛି। ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ କେଉଁ ପ୍ରକାର ଘିଅ ବ୍ୟବହୃତ ହେଉଛି ତାହାର ମାନ ଯାଞ୍ଚ ହେବ ।  ଯଦି ମାନ ପରୀକ୍ଷାରେ ନିମ୍ନମାନର ଘିଅ ବ୍ୟବହୃତ ହେଉଥିବା ଜଣାପଡ଼େ ତେବେ ବ୍ୟବହାରକାରୀଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

ସେପଟେ ଘିଅର ମାନ ଯାଞ୍ଚର ଆବଶ୍ୟକତା ନାହିଁ ।  ଘିଅର ମାନ ଠିକ ଅଛି ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ ନାରାୟଣ ମହାସୁଆର ।  ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ଘିଅ ବ୍ୟବହାର ହୁଏ । ତେବେ ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନାହିଁ ।  ଏହାସହ ପ୍ରତିଦିନ ଶ୍ରୀମନ୍ଦିରରେ ବିକ୍ରି ହେଉଥିବା ଦୀପରେ ବ୍ୟବହୃତ ଘିଅରେ ଶୁଦ୍ଧତା ରକ୍ଷା ନିମନ୍ତେ ମଧ୍ୟ ନିୟମିତ ଯାଞ୍ଚ କରାଯାଇ ରିପୋର୍ଟ ସାଧାରଣ ଲୋକଙ୍କ ଆଗରେ ରଖିବାକୁ ଦାବି ହୋଇଛି ।

ସୂଚନାରୁ ପ୍ରକାଶ, ତିରୁମାଳା ତିରୁପତି ବାଲାଜୀଙ୍କ ଅତି ପ୍ରିୟ ପ୍ରସାଦ ହେଉଛି ହେଉଛି ଲଡୁ। ଏହି ଲଡୁ ଘିଅରେ ପ୍ରସ୍ତୁତ ହୋଇଥାଏ  । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଟିଏ ଅତି ଶ୍ରଦ୍ଧାରେ ଏହି ଲଡୁକୁ ପ୍ରସାଦ ରୂପେ ଗ୍ରହଣ କରିଥାଏ । ଆଉ ପ୍ରଭୁଙ୍କ ଆଶୀର୍ବାଦ ନେଇଥାଏ। ହେଲେ ଗତ ସପ୍ତାହେ ହେଲା ଏହି ଲଡୁକୁ ନେଇ ନାନା ଚର୍ଚ୍ଚା ହେଉଛି । ପ୍ରଭୁଙ୍କ ଲଡୁ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବିର ଅପମିଶ୍ରଣରେ ପ୍ରସ୍ତୁତ ହେଉଥିବା ଖବର ସାମ୍ନାକୁ ଆସିଛି  । ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।

You might also like