କେନ୍ଦୁଝର: କ୍ବାରେଣ୍ଟାଇନ୍ ସେଣ୍ଟରରେ ରହି ଘରକୁ ଫେରିଲେ ୩ବ୍ଯକ୍ତି, ପରେ ଜଣାପଡିଲେ କରୋନା ପଜିଟିଭ୍

କେନ୍ଦୁଝର(କେନ୍ଯୁଜ୍): ସଙ୍ଗରୋଧ ସାରି ଘରକୁ ଫେରିବା ପରେ ଜଣାପଡିଲା କରୋନା ଭୂତାଣୁ ସଂକ୍ରମିତ। ଗାଁର ୩ଜଣ ଯୁବକ କରୋନ ଆକ୍ରାନ୍ତ ଜଣା ପଡିବା ପରେ ଚଣ୍ଡାଳି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରୁଆଁ ପଞ୍ଚାୟତର ସାଇଁପାଳ ସଂଗରୋଧ କେନ୍ଦ୍ରରେ ଗତ ୧୬ ତାରିଖରେ ଚେନ୍ନାଇରୁ ଫେରି ଏହି ୩ଜଣ ବ୍ଯକ୍ତି ୧୪ ଦିନ ରହିଥିଲେ। ଗତ ୨୨ ତାରିଖ ଦିନ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିଲା ବେଳେ ରିପୋର୍ଟ ଆସିବା ବିଳମ୍ବ ହୋଇଥିଲା।

ସୂଚନା ମୁତାବକ ସେମାନେ ୧୪ ଦିନ ସଂଗରୋଧ କେନ୍ଦ୍ରରେ ରହି ଘରକୁ ପେରିବା ପରେ ର୍ହି କରୋନା ପଜିଟିଭ୍ ଥିବା ଚିହ୍ନଟ ହୋଇଛନ୍ତି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇଯାଇଛନ୍ତି। ବର୍ତ୍ତମାନ ଏହି ଘଟଣା ପରେ ଗଣ୍ଡାଳି ଗାଁ ସମତେ ସାଇଁପାଳ କ୍ବାରେଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ସହିତ ସିଲ୍ କରାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୨୫ରେ ପହଞ୍ଚିବା ବେଳେ ସେମାମନଙ୍କ ମଧ୍ଯରୁ ୮ ଜଣ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.