ବଦଳିଲା କ୍ୱାରେଣ୍ଟାଇନ୍ ନିୟମ, ଏବେଠୁ ୨୧ ଦିନ ବଦଳରେ ରହିବେ ୧୪ ଦିନ

ଭୁବନେଶ୍ବର: ବଦଳିଲା କ୍ୱାରେଣ୍ଟାଇନ୍ ନିୟମ। ଏବେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ ପ୍ରବାସୀ । ପ୍ରଥମରୁ ଏହି ୧୪ଦିନର କ୍ୱାରେଣ୍ଟାଇନ୍ ନିୟମ ଥିବାବେଳେ ମଝିରେ ଏହାକୁ ଆଉ ୭ଦିନ ବଢାଯାଇ ୨୧ ଦିନ କରାଯାଇଥିଲା । କିନ୍ତୁ ଏବେ ପୁଣି ନିୟମ ବଦଳି ୧୪ ଦିନ କରାଗଲା । ଏବେ ପ୍ରବାସୀ ମାନେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ ।

ଲକ୍ଷଣ ନଥିଲେ ୭ ଦିନ ସଂଗରୋଧ କେନ୍ଦ୍ରରେ ରହିବେ ଏବଂ ଆଉ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବେ । ଅନ୍ୟ ରାଜ୍ୟରୁ ପ୍ରବାସୀ ଆସିଲେ ପ୍ରଥମେ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଏ ନେଇ SRC ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଏହାସହ ରାଜ୍ୟରେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାବେଳେ ଏହା ଚିନ୍ତାଜନକ ନୁହେଁ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା କହିଛନ୍ତି। ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏଥିଲାଗି ସେ ସରପଞ୍ଚ ଓ ଏସଏଚଜିଙ୍କୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.