ସାମାନ୍ୟ ପରିସ୍ରା ପାଇଁ ଘଟିଲା ତୁମୂଳକାଣ୍ଡ, ହଣା ଖାଇଲେ ଦମ୍ପତି

ଭୁବନେଶ୍ୱର (କେନ୍ୟୁଜ୍‌) : ସାମାନ୍ୟ ପରିସ୍ରା ପାଇଁ ହଣା ଖାଇଲେ ଦମ୍ପତି। ଘର ସାମ୍ନାରେ ପରିସ୍ରା କରିବାକୁ ବାରଣ କରିବାରୁ ହଣା ଖାଇଲେ ସ୍ୱାମୀ-ସ୍ତ୍ରୀ। ନୂଆପଲ୍ଲୀ ଥାନା ସାଲିଆସାହିର ମୁଣ୍ଡା ସାହିରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ ରାତି ପ୍ରାୟ ସାଢ଼େ ୮ ସମୟରେ ଲକ୍ଷ୍ମଣ ମୁର୍ମୁ ନାମକ ଜଣେ ବ୍ୟକ୍ତି କିଶୋର ଚନ୍ଦ୍ର ସେଠୀଙ୍କ ଘର ସାମ୍ନାରେ ପରିସ୍ରା କରୁଥିଲେ। ଏହାଦେଖି କିଶୋର । ବରଣ କଲେ କିନ୍ତୁ ପରେ ସାମାନ୍ୟ ବଚସାରୁ ହେଲା ତୁମୁଳକାଣ୍ଡ। ଏହାପରେ ଲକ୍ଷ୍ମଣ ଘର ଭିତରୁ ମାଂସ କଟା ଚାପଡ ଆଣି କିଶୋର ଏବଂ ସ୍ତ୍ରୀଙ୍କୁ ହାଣିଥିଲେ। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାର କରାଯାଇଛି।