ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ୍, ପ୍ରଶ୍ନପତ୍ର ତ୍ରୁଟି ମାନିଲା ବୋର୍ଡ

ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ରରେ ମୁଦ୍ରଣ ଜନିତ ତ୍ରୁଟି। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା ସିକ୍ୟlର କରିଛି ବୋର୍ଡ଼। ଏହି ତ୍ରୁଟିରେ ଯେଉଁମାନେ ସାମିଲ ଅଛନ୍ତି ତାଙ୍କ ଉପରେ ହେବ କାଯ୍ୟନୁଷ୍ଠାନ।

କଟକ (କେନ୍ୟୁଜ): ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ରରେ ମୁଦ୍ରଣ ଜନିତ ତ୍ରୁଟି । କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା ସିକ୍ୟlର କରିଛି ବୋର୍ଡ଼। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହି ଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି। ଏହି ତ୍ରୁଟିରେ ଯେଉଁମାନେ ସାମିଲ ଅଛନ୍ତି ତାଙ୍କ ଉପରେ ହେବ କାଯ୍ୟନୁଷ୍ଠାନ। ଏହି ପରୀକ୍ଷା ପୁନର୍ବାର ହେବ ନାହିଁ।

ମାଟ୍ରିକ ସମେଟିଭ-୨ ପରୀକ୍ଷାର ଆଜିଥିଲା ଥିଲା ଇତିହାସ ଓ ଭୂଗୋଳ ପରୀକ୍ଷା । ହେଲେ ପରୀକ୍ଷା ପ୍ରଶ୍ନ ପତ୍ରରେ କେତେକ ତ୍ରୁଟି ଦେଖିବାକୁ ମିଳିଛି । ଏଥିରେ ବି ସେଟ ପ୍ରଶ୍ନ ପତ୍ରରେ ଏ ସେଟ ପ୍ରଶ୍ନ ପତ୍ରର ପ୍ରଶ୍ନ କିଛି ରିପିଟି ହୋଇ ଥିବାର ଜଣାଯାଇଛି ।

ଏହି ତ୍ରୁଟି ହେବା ଦ୍ୱାରା ଅବଜେଟିଭ ପ୍ରଶ୍ନ ଗୁଡିକର ଉତ୍ତର କମ୍ପୁଟର ମାଧ୍ୟମରେ ଦେଖାଯିବ । ଏହା ଦ୍ୱାରା ଉତ୍ତର ମେଳକ ନହେବାରୁ ବି ସେଟ ପ୍ରଶ୍ନ ପତ୍ର ପାଇଥିବା ପରୀକ୍ଷାର୍ଥୀ ମାନେ ସଠିକ ଉତ୍ତର ଦେଇଥିଲେ ମଧ୍ୟ ଅସୁବିଧାର ସମୁଖୀନ ହେବେ ।