ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ବଢ଼ିଲାଣି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼

ପୁରୀ : ଆଗକୁ ବଡ଼ ଦିନ ଆଉ ନୂଆ ବର୍ଷ ।  ଶ୍ରୀକ୍ଷେତ୍ର ପୁରୀରେ ବଢ଼ିଲାଣି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼।  ନୂଆ ବର୍ଷରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ।  ଏଥିପାଇଁ ପ୍ରସ୍ତୁତି କରାଯାଉଛି। ବାଉଁଶ ପୋତା ଗଲାଣି ।  ୩୦ ଓ ୩୧ ତାରିଖରେ ଡେମୋ ହେବ।

ନୂଆ ବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ମରିଚିକୋଟ ଛକ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ବତନ୍ତ୍ର ବାରିକେଡ୍ ବ୍ୟବସ୍ଥା କରାଯାଉଛି ।  ଏହି ବ୍ୟାରିକେଡ୍ ଦେଇ ଭକ୍ତମାନେ ସିଂହ ଦ୍ବାର ଦେଇ ପ୍ରବେଶ କରି ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ କରିବେ ।