ରାଜ୍ୟକୁ ଆଶ୍ୱସ୍ତି: ୧ ତଳକୁ ଖସିଲା ଆର୍‌.ଭାଲ୍ୟୁ, ୩ଜଣ ସଂକ୍ରମିତ ଅନ୍ୟ ୨ଜଣଙ୍କୁ କରିପାରୁଛନ୍ତି ସଂକ୍ରମିତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟକୁ ଆଶ୍ୱସ୍ତି । ୧ ତଳକୁ ଖସିଲା ଆର୍‌.ଭାଲ୍ୟୁ । ଗତମାସ ଶେଷସୁଦ୍ଧା ରାଜ୍ୟରେ ଆର୍‌.ଭାଲ୍ୟୁ ୦.୬୫ ରହିଛି । ଅର୍ଥାତ ଏବେ ୩ଜଣ ସଂକ୍ରମିତ ଅନ୍ୟ ୨ଜଣଙ୍କୁ ସଂକ୍ରମିତ କରିପାରୁଛନ୍ତି । ତୃତୀୟ ଲହରରେ ସଂକ୍ରମଣ ଯେପରି ମାଡୁଥିଲା, ଏବେ ବ୍ରେକ୍‌ ଲଗିଛି । ଦେଶରେ ଆର୍‌.ଭାଲ୍ୟୁ ୦.୮୦ ଥିବାବେଳେ ରାଜ୍ୟରେ ଯଥେଷ୍ଟ କମ୍‌ ରହିଛି।

ଜାନୁଆରୀ ଦ୍ୱିତୀୟ ସପ୍ତାହ ବେଳକୁ ଓଡ଼ିଶାର ଆର୍‌.ଭାଲ୍ୟୁ ୪ ଟପିଥିଲା । ସୁନ୍ଦରଗଡ, ସମ୍ବଲପୁର ଭଳି ଜିଲ୍ଲାରେ ରାଜ୍ୟଠାରୁ ଅଧିକ ରହିଥିଲା। ଫଳରେ ସଂକ୍ରମଣ ବୃଦ୍ଧି ପାଇବା ସହ ଗତମାସ ୧୮ ତାରିଖରେ ଶୀର୍ଷରେ ପହଂଚିଥିଲା। ରାଜ୍ୟ ସହ ଜିଲ୍ଲା ଗୁଡିକ ସଂକ୍ରମଣର ହଟସ୍ପଟ ପାଲଟିଥିଲା ।

ସେସବୁରେ ମଧ୍ୟ ଆର୍‌ ଭାଲ୍ୟୁ ଖସିଥିବା ବେଙ୍ଗାଳୁରୁ ଆଇଆଇଏମ୍‌ସିରୁ ସୂଚନା ଆସିଛି । କେବଳ ନୟାଗଡକୁ ବାଦ୍‌ ଦେଇ ଅନ୍ୟ ସବୁ ଜିଲ୍ଲାରେ ୧ ତଳେ ରହିଛି ଆର୍‌.ଭାଲ୍ୟୁ । ସେହିପରି ଗତବର୍ଷ ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ତୃତୀୟ ଲହର । କେଳ ଜାନୁଆରୀ ମାସରେ ରାଜ୍ୟରେ ୧ଲକ୍ଷ ୯୭ହଜାର ୭୭୦ ଆକ୍ରାନ୍ତ ହୋଇଥିଲେ । ମାସକରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.