ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅନୁଗୁଳରେ ଚାଲିଲା ରାହାଗିରି, ଝୁମିଲେ ଅନୁଗୁଳ ବାସିନ୍ଦା

ଅନୁଗୁଳ(କେନ୍ଯୁଜ୍): ଆଜି ଅନୁଗୁଳ ଜିଲ୍ଲା ପାଳୁଛି ଜିଲ୍ଲା ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାରେ ଆୟୋଜିତ ହୋଇଥିଲା ରାହାଗିରି ବା ପଥ ଉତ୍ସବ । ଅନୁଗୁଳରେ ଆରମ୍ଭ ହୋଇଛି ରାହାଗିରି। ରାସ୍ତା ଉପରେ ନାଚ, ଗୀତ, ଖେଳର ଆସର ଜମିଥିଲା। ଆଉ ଚାଲିଥିଲା ମନୋରଞ୍ଜନ। ଝୁମିଲେ ଅନୁଗୁଳ ବାସିନ୍ଦା।

ଉତ୍କଳ ଦିବସ ଓ ଅନୁଗୁଳ ପ୍ରତିଷ୍ଠା ଦିବସ ଅବସରରେ ଏପ୍ରିଲ ୧ରେ ସହରରେ ରାହାଗିରି ଆୟୋଜନ କରିଛି ଜିଲ୍ଲା ପ୍ରଶାସନ। ଆଜି ସକାଳ ୬ଟାରୁ ୯ ଟା ଯାଏଁ ଜଗନ୍ନାଥ ମନ୍ଦିର ରାସ୍ତାରେ ରାହାଗିରି ଆୟୋଜିତ ହୋଇଥିଲା। ସହରର ଲୋକଙ୍କୁ ଏ ଅବସରରେ ରାସ୍ତାକୁ ଆସି ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା।

କୋରାନା କଟକଣା ରୁ ସମସ୍ତେ ମୁକ୍ତ ହେବା ପରେ ପ୍ରଥମ କରି ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ଆଣି ଦେଇଥିଲା ଏହି ରାହାଗିରି ଉତ୍ସବ । ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସାମ୍ନା ରାସ୍ତା ରୁ BED କଲେଜ ଛକ ପର୍ଯ୍ୟନ୍ତ ରାସ୍ତା ଦେଖିବାକୁ ମିଳିଥିଲା ବିଭିନ୍ନ ସାଂସ୍କୃତିକ କ୍ରମ। କିଏ ଯୋଗ କରିଥିଲେ ତ ନୃତ୍ୟ କିଏ ପେଣ୍ଟି କରୁଥିଲା ତ ଆଉ ମାର୍ଶାଲ ଆର୍ଟ ।

ଏଭଳି କେତେ କଣ କଳା ଲୋକେ ଓ କୁନି କୁନି ପିଲା ମାନେ ପଦର୍ଶନ କରିବା ସହ ଉତ୍ସବ ର ମଜା ନେଇଥିଲେ। ଉପ ବାଚସ୍ପତି ରଜନୀ କାନ୍ତ ସିଂ ଏହି ଉତ୍ସବର ଉଦଘାଟନ କରିଥିଲେ । ଉତ୍ସବରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ଜିଲ୍ଲା ପରିଷଦ ଅଧକ୍ଷା ବବିତା ପ୍ରଧାନ ଏସ ପି ଜଗମୋହନ ମିନା ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.