ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ସିଂହ…..ଆଉ ନାହାନ୍ତି….

ଖୋର୍ଦ୍ଧା(କେ ନ୍ୟୁଜ): ଆକାଶବାଣୀର ପୂର୍ବତନ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ହୋଇଥିବା ଜଣାଯାଇଛି । ତାଙ୍କ ପ୍ରକୃତ ଘଟ ଜଟଣୀ ବ୍ଲକ ତରାବୋଇ ଗ୍ରାମର କୋରଂଗା ସାହିରେ ବୋଲି ଜଣାଯାଇଛି ।

ଗୁରୁ ଗମ୍ଭୀର ସ୍ୱରରେ ସମ୍ବାଦ ପାଠ ପାଇଁ ଘରେ ଘରେ ପରିଚିତ ଥିଲେ ସେ । ତାଙ୍କ ପଠନ ଶୈଳୀରେ ଥିଲା ସ୍ୱତନ୍ତ୍ରତା । ଅଶିରୁ ନବେ ଦଶକରେ ଆକାଶବାଣୀର ସବୁଠୁ ଲୋକପ୍ରିୟ ସମ୍ବାଦ ପାଠକ ଥିଲେ ଉପେନ୍ଦ୍ର କୁମାର ପାହାଡ଼ ସିଂହ। ତାଙ୍କ ସମ୍ବାଦ ପଠନ ଶୈଳୀ ଖୁବ ନିଆରା ।  ଦିଲ୍ଲୀରୁ ପ୍ରସାରିତ ଓଡ଼ିଆ ସମ୍ବାଦ ପଠନ ବେଳେ ସେ ସମ୍ବାଦ ପାଠ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.