ବୁର୍ଲା ଭିସୁଟ୍‌ରେ ପୁଣି ରାଗିଂ: ୨ୟ ବର୍ଷ ଛାତ୍ରଙ୍କୁ କିଛି ଛାତ୍ର ରୁମ୍‌ରେ ବନ୍ଦ କରି ମୁହଁରେ ଗଞ୍ଜେଇ ଧୂଆଁ ଫୁଙ୍କିଥିବା ଅଭିଯୋଗ

ତଦନ୍ତ ରିପୋର୍ଟ ଆସିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ପୁଣି ରାଗିଂ। ୨ୟ ବର୍ଷ ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ୨ୟ ବର୍ଷର ଛାତ୍ରଙ୍କୁ ଏକ ରୁମ୍‌ରେ ବନ୍ଦ କରି ଉଲଗ୍ନ କରିବା ସହ ସେମାନଙ୍କ ମୁହଁରେ ଗଞ୍ଜେଇ ଧୂଆଁ ଫୁଙ୍କୁଥିବା ଅଭିଯୋଗ କରିଛନ୍ତି।

ଏନେଇ ରାଗିଂର ଶୀକାର ହୋଇଥିବା ଛାତ୍ରମାନେ ଭିସୁଟ୍‌ କର୍ତ୍ତୁପକ୍ଷ ଓ ଆଣ୍ଟି ରାଗିଂ ସେଲ୍‌ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଏକ କମିଟି ଗଠନ କରାଯାଇ ତଦନ୍ତ ଚାଲୁଥିବା କୁଳପତି ପ୍ରଫେସର ବି.ବି ପତି ସୂଚନା ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.