ସମ୍ବଲପୁରର ସରକାରୀ ହୋମିଓପ୍ୟାଥି କଲେଜରେ ରାଗିଂ! ଆଣ୍ଟି ରାଗିଂ ସେଲରେ ଅଭିଯୋଗ କଲେ ପୀଡିତା ଛାତ୍ରୀ

ସମ୍ବଲପୁର: ସମ୍ବଲପୁରରେ ରାଗିଂ ଅଭିଯୋଗ । ମାଝିପାଲି ସ୍ଥିତ ସରକାରୀ ହୋମିଓପ୍ୟାଥି କଲେଜରୁ ରାଗିଂ ଅଭିଯୋଗ ହୋଇଛି । କଲେଜର ୪ଜଣ ଜୁନିୟର ଛାତ୍ରୀଙ୍କୁ ସିନିୟର ରାଗିଂ କରିଥିବା ଦିଲ୍ଲୀ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ ହୋଇଛି ।

ଏନେଇ କଲେଜ ଅଧ୍ୟକ୍ଷଙ୍କୁ ଆଣ୍ଟି ରାଗିଂ ସେଲ୍‌ରୁ ଚିଠି ଆସିବା ପରେ କଲେଜ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି । କିଛିଦିନ ପୂର୍ବେ ବୁର୍ଲା ଭିମସାରରେ ରାଗିଂ ଅଭିଯୋଗ ହୋଇଥିଲା । ୧୮ ସିନିୟର ଛାତ୍ରଙ୍କୁ କଲେଜ ପକ୍ଷରୁ ଫାଇନ ପଡିଥିଲା।

Leave A Reply

Your email address will not be published.