ରଘୁରାଜପୁରର ଅପିନ୍ଦ୍ର ସ୍ୱାଇଁଙ୍କ କଳାକୃତିକୁ ରୋମ୍‌ରେ ପ୍ରଶଂସା, ତିଆରି କରିବାକୁ ଲାଗିଥିଲା ୧୫ଦିନ

ପିପିଲି(କେନ୍ୟୁଜ୍):ପୁରୀ ଜିଲ୍ଲା ରଘୁରାଜପୁରର କଳାକୃତିକୁ ରୋମ୍‌ରେ ପ୍ରଶଂସା। ଆଜି ଏହି ଗାଁର ଚିତ୍ରକଳା ବିଶ୍ୱରେ ନିଜର ପ୍ରଚାର କରିପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ୍‌ର ଖ୍ରୀଷ୍ଟିୟ ଧର୍ମ ଗୁରୁ ପୋପଙ୍କୁ ଭେଟି ପଟ୍ଟଚିତ୍ର ଦେଇ ଓଡ଼ିଆର କଳା ସଂସ୍କୃତି ରଘୁରାଜପୁର କଳା ଚିତ୍ରକୁ ପ୍ରଚାର ଓ ପ୍ରସାର ଦିଗରେ ଏକ ବଳିଷ୍ଠ ଉଦାହରଣ ହୋଇପାରିଛି । ଏହାକୁ ନିଜ ହାତରେ ତିଆରି କରିଛନ୍ତି ଐତିହ୍ୟ ଗାଁର ଅପିନ୍ଦ୍ର ସ୍ୱାଇଁ । ଦୀର୍ଘ ୧୫ଦିନ ସମୟ ଧରି କାର୍ଯ୍ୟ କରିଛନ୍ତି ।

pattchitra

ଯାହା ବେଶ ଆକର୍ଷଣୀୟ ହୋଇପାରିଛି ବୋଲି କହିଛନ୍ତି । ରଘୁରାଜପୁର ଗାଁରେ ଅନେକ କଳାକାର ନିଜ ନିଜର କାର୍ଯ୍ୟ କରୁଥିବାବେଳେ ଅପେନ୍ଦ୍ରଙ୍କ ଏହି ବୃକ୍ଷ ହିଁ ଜୀବନ ଅନେକ ସମାଜ ପାଇଁ ବାର୍ତ୍ତା ଦେଇଛି। ଗୋଟେ ସୁନ୍ଦର ଗଛ ଆଉ ତା ସହିତ ବିଭିନ୍ନ ପ୍ରଜାତିର ଜୀବଜଗତର ଜୀବ ସେଥିରେ ସ୍ଥାପିତ ହୋଇଛନ୍ତି । ଏହାକୁ ତିଆରି କରିବା ପାଇଁ ଧଳା,କଳା, ନାଲି ,ନେଳି ଆଦି ରଙ୍ଗରେ ଏହି ପଟ୍ଟଚିତ୍ର ଖୋଦିତ ହୋଇଛି । ଯାହା ବେଶ ଆକର୍ଷଣୀୟ ହୋଇଛି। ଏଭଳି ଏକ ମହାନ କାର୍ଯ୍ୟ ସୁଦୂର ରୋମ୍‌ରେ ପହଂଚି ପାରିଥିବାରୁ ଗ୍ରାମବାସୀଙ୍କ ପାଇଁ ଏହାର ଗର୍ବ ପାଲଟିଛି।..