ସ୍କୁଲରେ ରାଗିଂ ଅଭିଯୋଗ କାର୍ଯ୍ୟାନୁଷ୍ଠାନ ପରେ ୪ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲରୁ ବିଦା

କନ୍ଧମାଳ(କେନ୍ୟୁଜ୍‌): ସ୍କୁଲରେ ରାଗିଂ ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ପରେ ବିଦାହେଲେ ୪ ଜଣ ଦଶମ ଶ୍ରେଣୀ ଛାତ୍ର ।ଏମିତି ଏକ ସାଙ୍ଘାତିକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରେ । ଦାରିଙ୍ଗି ବାଡ଼ି ବ୍ଲକର ଗ୍ରୀନ୍‌ବାଡ଼ ସ୍ଥିତ ସରକାରୀ ଉଚ ମାଧ୍ୟମିକ ବିଦ୍ୟାଳୟ ହଷ୍ଟେଲରେ ରାଗିଂ ଅଭିଯୋଗ ଆସିଛି । ସେହି ସ୍କୁଲର ଦଶମ ଶ୍ରେଣୀର ୪ ଜଣ ଛାତ୍ର ୭ମ ଶ୍ରେଣୀର ୪ ଛାତ୍ରଙ୍କୁ ରାଗିଂ କରିଛନ୍ତି । ୭ମ ଶ୍ରେଣୀର ଛାତ୍ର ୧୦ମ ଶ୍ରେଣୀ ଛାତ୍ରଙ୍କ କଥା ନ ମାନିବାରୁ ସେମାନଙ୍କୁ ଗୋଟିଏ ଗୋଡ଼ରେ ଛିଡ଼ା କରାଇବା ସହିତ ସେମାନଙ୍କୁ ମାରପିଟ ମଧ୍ୟ କରିଥିଲେ । ରାଗିଂ ହେବାର ଭିଡିଓ ଭାଇରାଲ ହେବା ପରେ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହା ପରେ ଉଭୟ ମାଡ଼ ମାରିଥିବା ଏବଂ ମାଡ଼ ମାରିଥିବା ଫିଲାଙ୍କ ଘରକୁ ପଠେଇ ଦିଆ ଯାଇଛି । ସେପଟେ ଏହି ଘଟଣା ପରେ ଛାତ୍ର ଏବଂ ଅଭିଭାବକମାନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏଠି ପ୍ରଶ୍ନ ଉଠୁଛି ହଷ୍ଟେଲରେ କର୍ତ୍ତୃପକ୍ଷ ଥିବା ବେଳେ ଏମିତି ଘଟଣା କେମିତି ଘଟିଲା ।ଏହି ପରି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ଦାରିଙ୍ଗିବାଡ଼ି ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଦିଆଯାଇଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.