କେନ୍ଦୁଝର: ସିନିଅରଙ୍କ ମାଡ଼ରେ ଜୁନିଅର ଛାତ୍ର ଲହୁଲୁହାଣ । କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ଅଭିଯୋଗ । ସିନିଅରଙ୍କ ମାଡ଼ରେ ଦ୍ବିତୀୟ ବର୍ଷ ଛାତ୍ର ଗୁରୁତର ହୋଇଛନ୍ତି । ଗତକାଲି ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ରଡ୍ ରେ ଆକ୍ରମଣ କରିଥିଲେ । ଗୁରୁତର ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରାଗିଂ କରାଯାଇଥିବା ନେଇ ଥାନାରେ ଅଭିଯୋଗ କଲେ ପୀଡ଼ିତଙ୍କ ପରିବାର।