ବାଂଶପାଳ(କେନ୍ଯୁଜ୍) : ବାଂଶପାଳ ବ୍ଳକ୍ କାଦକଳା ଗ୍ରାମରେ ରାହାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତୀକ ପୂର୍ଣ୍ଣମୀ ଅବସରରେ ପ୍ରତିବର୍ଷ ଏହି ରାହାସ ଉତ୍ସବ ଆୟୋଜନ କରାଯାଇଥାଏ । ଦ୍ବାପର ଯୁଗରେ ଶ୍ରୀକ୍ରୀଷ୍ଣଙ୍କ ଲୀଳାକୁ ଅତି ସୁନ୍ଦର ଭାବେ କଳାକାର ମାନେ ପରିବେଷିତ କରିଥାନ୍ତି । କେନ୍ଦୁଝର ସମେତ ପୋଡଶୀ ରାଜ୍ଯ ଝାରଖଣ୍ଡରୁ ସଙ୍କିର୍ତନ ମଣ୍ଡଳୀ ଆସି ଏହି ଲୀଳାର ଆରମ୍ଭ ରୁ ସ୍ବର୍ଗ ହରଣ ପର୍ଯ୍ଯନ୍ତ ସମସ୍ତ ବିଷୟବସ୍ତୁକୁ ନାଟ୍ଯ ମାଧ୍ଯମରେ ୨ ଦିନ ଧରି ପ୍ରଦର୍ଶନ କରିଥାନ୍ତି । ତେବେ ଚଳିତ ବର୍ଷ ମଧ୍ଯ ଏହି ଉତ୍ସବ କୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।