ଦିଲ୍ଲୀରେ ରାହୁଲ-ନିରଞ୍ଜନ ଭେଟଘାଟ, ନିର୍ବାଚନ ପ୍ରସ୍ତୁତି ନେଇ କଲେ ଆଲୋଚନା

ଭୁବନେଶ୍ବର (କେନ୍ୟୁଜ୍) : ମୋଦିଙ୍କ ପରେ ରାହୁଲଙ୍କ ଫୋକସରେ ଓଡ଼ିଶା । ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ରାହୁଲ । ସଂଗଠନ ମଜଭୁତ କରିବାକୁ ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ଏହାପୂର୍ବରୁ ଆଜି ଦିଲ୍ଲୀରେ ରାହୁଲଙ୍କୁ ଭେଟି ଆଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ସମୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ ।


ଆଗାମୀ ନିର୍ବାଚନ ପ୍ରସ୍ତୁତି ନେଇ ରାହୁଲଙ୍କ ସହ ଆଲୋଚନା ହୋଇଛି । ଓଡ଼ିଶା ଦଖଲ ପାଇଁ ନିରଞ୍ଜନ ରାହୁଲଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିବାର ସୂଚନା ମିଳିଛି । ସାକ୍ଷାତ ଆଲୋଚନା ପରେ ନିରଞ୍ଜନ କରିଛନ୍ତି, କଂଗ୍ରେସ ପୁଣି କ୍ଷମତାକୁ ଫେରିବ, ସରକାର ଗଠନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.