ସମ୍ବିଧାନ ନେଇ ବିଜେପି ଉପରେ ରାହୁଲଙ୍କ ହମଲା, କହିଲେ ବିଜେପି ଜିତିଲେ ସମ୍ବିଧାନ ଚିରି ଫିଙ୍ଗିଦେବି

ବିଜେପି ଜିତିଲେ ସମ୍ବିଧାନକୁ ଚିରି ଫିଙ୍ଗିଦେବ । ବଲାଙ୍ଗୀର କୋଶଳ କଳାମଣ୍ଡଳ ନିର୍ବାଚନୀ ସଭାରେ ଯୋଗଦେଇ ସମ୍ବିଧାନକୁ ନେଇ ବିଜେପି ଉପରେ ହମଲା କରିଛନ୍ତି ରାହୁଲ ଗାନ୍ଧୀ । ସମ୍ବିଧାନ ଓ ସଂରକ୍ଷଣ ବ୍ୟବସ୍ଥାର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ବିଜେପି ସରକାର ଦେଶ ପାଇଁ କଣ କରିଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ଗରିବ, ଖଟିଖିଆ, କୃଷକଙ୍କ ଋଣ ଛାଡ଼ କଲେନାହିଁ ।

ବଲାଙ୍ଗୀର (କେନ୍ୟୁଜ): ବିଜେପି ଜିତିଲେ ସମ୍ବିଧାନକୁ ଚିରି ଫିଙ୍ଗିଦେବ । ବଲାଙ୍ଗୀର କୋଶଳ କଳାମଣ୍ଡଳ ନିର୍ବାଚନୀ ସଭାରେ ଯୋଗଦେଇ ସମ୍ବିଧାନକୁ ନେଇ ବିଜେପି ଉପରେ ହମଲା କରିଛନ୍ତି ରାହୁଲ ଗାନ୍ଧୀ । ସମ୍ବିଧାନ ଓ ସଂରକ୍ଷଣ ବ୍ୟବସ୍ଥାର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ବିଜେପି ସରକାର ଦେଶ ପାଇଁ କଣ କରିଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ଗରିବ, ଖଟିଖିଆ, କୃଷକଙ୍କ ଋଣ ଛାଡ଼ କଲେନାହିଁ । ୨୨ ଅରବପତିଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିଦେଲେ ବୋଲି କହିଛନ୍ତି ।  ନିଜ ଭାଷଣରେ ବିଭିନ୍ନ ଗ୍ୟାରେଣ୍ଟି ନେଇ ଘୋଷଣା କରିଛନ୍ତି ରାହୁଲ । କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।

ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ମାସିକ ୮ହଜାର ୫ଶହ ଟଙ୍କା ଯିବ । ସ୍ନାତକ ଡିଗ୍ରୀଧାରୀ ବେରୋଜଗାରୀଙ୍କୁ ବର୍ଷେ ପାଇଁ ଏକ ଲକ୍ଷ ଟଙ୍କା ମିଳିବ । ଧାନ, ଗହମ ଓ ଅନ୍ୟ କୃଷିଜାତ ସାମଗ୍ରୀର ଆଇନଗତ ଏମଏସପି ରହିବ । ମନେରାଗରେ ମଜୁରୀ ୨୫୦ ଟଙ୍କାରୁ ୪ଶହ ଟଙ୍କାକୁ ବଢ଼ାଯିବ ।  ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଦରମା ଦୁଇ ଗୁଣା ହେବ ।  କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି ରାହୁଲ ଭାଷଣରେ କହିଛନ୍ତି  ।  ଏହାପରେ ବଲାଙ୍ଗିରରେ ରୋଡ ସୋ’ କରିବେ ରାହୁଲ ।`

You might also like