ପ୍ରାୟ ୯୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ସବୁଠୁ ବଡ଼ ରେସ୍କ୍ୟୁ ଅପରେସନ, କିଛି ସମୟ ମଧ୍ୟରେ ବାହାରକୁ ଆସିପାରନ୍ତି ରାହୁଲ
କେନ୍ୟୁଜ୍(ବ୍ୟୁରୋ): କିଛି ସମୟ ମଧ୍ୟରେ ବାହାରକୁ ଆସିପାରନ୍ତି ରାହୁଲ । ପ୍ରାୟ ୯୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ସବୁଠୁ ବଡ଼ ରେସ୍କ୍ୟୁ ଅପରେସନ । ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି ସେନା ଅଧିକାରୀ । ରାହୁଲଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରଦାର ପ୍ରୟାସ । ଉଦ୍ଧାର ପାଇଁ ଭାରତୀୟ ସେନା ପକ୍ଷରୁ କିଛି ଯବାନ ଟନେଲ ଭିତରକୁ ଯାଇଛନ୍ତି ।
ଛତିଶଗଡ଼ ଜାଞ୍ଜଗିରି-ଚମ୍ପା ଜିଲ୍ଲାର ପିହରିଡ୍ ଗାଁରେ ୮୦ ଫୁଟ ତଳେ ବୋରୱେଲରେ ଫସିରହିଛି ୧୦ ବର୍ଷୀୟ ରାହୁଲ ସାହୁ । ରାହୁଲ ସୁସ୍ଥ ଥିବା କହିଛନ୍ତି ସ୍ଥାନୀୟ ଜିଲ୍ଲାପାଳ କହିଛନ୍ତି । ରାହୁଲକୁ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ସେପଟେ ଉଦ୍ଧାର ପରେ ଯେମିତି ତତ୍କାଳ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେଥି ପାଇଁ ଡାକ୍ତରୀ ଟିମ୍ ମହଜୁତ ରହିଛନ୍ତି ।