ଭୁବନେଶ୍ୱର : ରାହୁଲ ଯାଦବ ମୃତ୍ୟ ଘଟଣାରେ ମୁହଁ ଖୋଲିଲେ ମା’ । ଆତ୍ମହତ୍ୟା ପଛରେ ପ୍ରେମ ବ୍ୟାପାର ଥିବା କଥା କହିବା ସହ ପ୍ରେମିକା ଓ ପ୍ରେମିକାଙ୍କ ପରିବାର ନାଁ ରେ ଅଭିଯୋଗ ଆଣିଲେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ମା’ । ଏହା ଏକ ପ୍ରେମ ଜନିତ ଘଟଣା ବୋଲି ଜଣାପଡିଛି । ବ୍ୟକ୍ତିଗତ କାରଣରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ଛାତ୍ରଙ୍କ ମା’ ମଧ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ଧରି ନିଜ ପରିଚିତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଆସିଥିଲା ବୋଲି ତାଙ୍କ ମା ପ୍ରକାଶ କରିଛନ୍ତି । ଆଜି ପୋଷ୍ଟ ମର୍ଟମ ପରେ ତାଙ୍କ ମା ସୂଚନା ଦେଇ କହିଛନ୍ତି ଯେ ତାଙ୍କ ପ୍ରେମିକାଙ୍କ ବାପା ଓ ପରିବାର ଛାତ୍ରଙ୍କୁ ଧମକ ଚମକ ଦେଇଥିଲେ ଓ ଭୟଭୀତ କରିଥିଲେ । ଫଳରେ ଛାତ୍ର ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ପ୍ରେମିକାଙ୍କ ପରିବାର ବିରୋଧରେ ଥାନାରେ ଏତଲା ଦେବେ ବୋଲି ସୂଚନା ଦେଇଛନ୍ତି।
ଗତକାଲି ରାତିରେ କିଟ୍ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିଥୁବା ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ । ଓଡ଼ିଶା ଓ ଓଡ଼ିଶା ବାହାର ରାରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପ୍ରତି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ଅତ୍ଯନ୍ତ ଚିନ୍ତା ଜନକ ପ୍ରସଙ୍ଗ । ଦେଶର ଏଭଳି ସମସ୍ୟାକୁ କିଭଳି ସମାଧାନ କରାଯିବ ସେ ବିଷୟରେ ଆମେ ସମସ୍ତେ ଗୁରୁତ୍ବ ଦେବା ଉଚିତ । କାରଣ ଏହା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ । ଘଟଣା ଜଣାପଡ଼ିବା ପରେ ଏ ସମ୍ପର୍କରେ କିଟ୍ କର୍ତ୍ତୃପକ୍ଷ ତୁରନ୍ତ ପୋଲିସ୍ ସ୍ କୁ ସୂଚନା ଦେଇଥିଲେ । ପୋଲିସ୍ ଏବେ ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ କିଟ୍ କର୍ତ୍ତୃପକ୍ଷ ଗଭୀର ଦୁଃଖ ପ୍ରକାଶ କରିବା ସହ ସଂପୃକ୍ତ ଛାତ୍ରଙ୍କ ପିତାମାତାଙ୍କୁ ସମବେଦନା ଜଣାଇଛନ୍ତି ।