ଆଳୁ ପିଆଜ ଦର ଯାଞ୍ଚ ପାଇଁ ୧ନଂ ହାଟରେ ରେଡ୍, ବିଏମ୍‌ସି ଓ ଯୋଗାଣ ବିଭାଗର ଚଢ଼ାଉ

ଭୁବନେଶ୍ୱର : ଆଳୁ ବ୍ୟବସାୟୀଙ୍କ ଉପରେ ରେଡ୍ । ଭୁବନେଶ୍ବର ୧ ନମ୍ବର ହାଟରେ ଚଢାଉ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ। ହାଟରେ ଥିବା ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇ ହୋଡିଂ, ଦରଦାମ ଓ ଷ୍ଟକ ସହ ଆଳୁର ମାନ ଯାଞ୍ଚ କରିଛି ଯୋଗାଣ ବିଭାଗ । ତେବେ ଯଥେଷ୍ଟ ପରିମାଣର ଆଳୁ ମହଜୁଦ ରହିଛି । ଗାଡ଼ି ବି ଆସୁଛି  । ଏହା ପରେ ବି ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି ।

ଖବର ଅନୁଯାୟୀ, ଗତ କିଛି ହେଲା ରାଜ୍ୟରେ ଆଳୁ ଦର ଦାମ୍ ବୃଦ୍ଧିପାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରେଟ୍ ଚାର୍ଟମଧ୍ୟ ପ୍ରସ୍ତୁତ କରାଯାଇଥିଲା  । ହେଲେ କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବାର ଅଭିଯୋଗ ଆସିଛି । ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ହଟହଟା ହେଉଛନ୍ତି ଖାଉଟି । ଏବେ ବି ଆଳୁ ଦର ବଜାରରେ କିଲୋ ପ୍ରତି ୪୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିତିରେ ମଙ୍ଗଳବାର ସକାଳୁ ସକାଳୁ ଯୋଗାଣ ବିଭାଗର ଏକ ଟିମ୍ ଭୁବନେଶ୍ୱରର ୧ ନମ୍ବର ହାଟରେ ଚଢାଉ କରିଛନ୍ତି ।

You might also like