ଏସଟିଏଫ ଓ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ଚଢାଉ: ବଜ୍ରକାପ୍ତା କାତି-ବାଘ ଦାନ୍ତ-ପଞ୍ଝା ଓ ଶୁଆ ଜବତ, ଜଣେ ଗିରଫ

ବାରିପଦା(କେନ୍ଯୁଜ୍): ମୟୂରଭଞ୍ଜ ଜିଲ୍ଲା ଯଶୀପୁରର ପଦଗଡ଼ାରେ ଏସଟିଏଫ ଓ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ମିଳିତ ଚଢ଼ାଉ । ଜଣେ ବନ୍ୟଜନ୍ତୁ ଅପରାଧୀ ଗିରଫ । ତା ନାଁ ନନ୍ଦ ବାଗେ । ଚଢ଼ାଉ ବେଳେ ବଜ୍ରକାପ୍ତା କାତି ସାଢ଼େ ତିନି କେଜି, ୨ଟି ବାଘ ଦାନ୍ତ, ୨୯ଟି ବାଘ ପଞ୍ଝା ଓ ୪୬ଟି ଶୁଆ ଜବତ ହୋଇଛି ।

ଜବତ ସାମଗ୍ରୀର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.