ଗଞ୍ଜାମ: ଦିଗପହଣ୍ଡିର କୋଚିଂ ସେଣ୍ଟର ଉପରେ ଚଢାଉ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କୋଚିଂ ସେଣ୍ଟର ଉପରେ ଚଢାଉ । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କୋଚିଂ ସେଣ୍ଟର ଉପରେ ରେଡ କରିଛନ୍ତି । ଅଭିଯୋଗ ମୁତାବକ ସ୍ଥାନୀୟ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସୁଧୀର କୁମାର ପଣ୍ଡା କୋଚିଂ ସେଣ୍ଟର ଚଳାଇ ଆସୁଛନ୍ତି । ଏଠାରେ ନ ପଢିଲେ ଛାତ୍ରୀଙ୍କୁ ପରୀକ୍ଷାରେ ମାର୍କ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏ ନେଇ ଅବିଭାବକ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ଘଟଣାର ତଦନ୍ତ ପାଇଁ ବାଚସ୍ପତି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.