ବଢିଲା ଟିଟୋର ଅଡୁଆ, କେନ୍ଦ୍ରାପଡ଼ାରେ ପତ୍ନୀଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପରେ ସିବିଆଇ ଚଢାଉ

କେନ୍ଦ୍ରାପଡ଼ାରେ ସିବିଆଇ ଚଢାଉ । ଗ୍ୟାଙ୍ଗଷ୍ଟର ଟିଟୋର ପତ୍ନୀ ବେନେଜିର ବିବିଙ୍କ ନାଁରେ ଥିବା ବନହାଟ ସ୍ଥିତ ପେଟ୍ରୋଲ ପମ୍ପରେ ଚଢାଉ କରିଛି ସିବିଆଇ । ସିବିଆଇର ୫ ଜଣିଆ ଟିମ୍‌ ଓ ଏସ୍‌ଟିଏଫ୍‌ର ଡିଏସ୍‌ପିଙ୍କ ନେତୃତ୍ୱରେ ମିଳିତ ଚଢାଉ କରାଯାଇଥିଲା । ଚଢାଉ ସମୟରେ ବିଭିନ୍ନ କାଗଜପତ୍ର, ପେଟ୍ରୋଲ ଟାଙ୍କିର ଯାଞ୍ଚ କରାଯାଇଛି । ଚଢାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଭୁବନେଶ୍ୱର ସ୍ପେଶାଲ ସିବିଆଇ କୋର୍ଟ ପେଟ୍ରୋଲ ପମ୍ପରେ ସର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ୨୯ ତାରିଖରେ ଟିଟୋର ଘରେ ରେଡ୍‌ କରିବା ସହ ପତ୍ନୀଙ୍କୁ ପଚରାଉଚରା କରିଥିଲା ସିବିଆଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.